ଆଜିଠୁ ୩ ଦିନ ପାଇଁ ଏହି ଜିଲ୍ଲା ସଟ୍‌ଡାଉନ୍‌

ବରଗଡ଼: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ସଟ୍‌ଡାଉନ୍‌ ସମୟରେ ଜରୁରୀ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରହିବ। ଗ୍ରୋସରୀ, ପରିବା, କ୍ଷୀର ଦୋକାନ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଏବଂ ବିହନ, ସାର ଭଳି କୃଷିଜାତ ସାମଗ୍ରୀ ଦୋକାନ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଗତକାଲି ବରଗଡ଼ ଜିଲ୍ଲାରୁ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ବରଗଡ଼ରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୨ରେ ପହଞ୍ଚିଛି। ସେଥିମଧ୍ୟରୁ ୩୪୦ଜଣ ସୁସ୍ଥ ହୋଇଥିବା ବେଳେ ୭୧ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

You might also like