• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବରଗଡ: ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲ୍ ପୂରାଇବା ଏବେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି।  ଏହି ଭୁଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ।

ଘଟଣାଟି ୨୦୧୬ର। ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା ଏବଂ ନାବାଳକଙ୍କ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରିଥିଲା। ଗିରଫ ୨ ଜଣଙ୍କୁ ଜେଲ ମଧ୍ୟ ପଠାଇ ଦିଆଯାଇଥିଲା।

ହେଲେ ନିଖୋଜର ୨ ବର୍ଷ ପରେ ଅର୍ଥାତ୍‌ ୨୦୧୮ ମସିହାରେ ସଂପୃକ୍ତ ନାବାଳକ ଜୀବିତ ଫେରି ଆସିଥିଲେ। ଏହା ପରେ ଗିରଫ ବ୍ୟକ୍ତି ଦ୍ୱୟ  ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି ମାନବାଧିକାରୂ କମିଶନ ତଦନ୍ତକାରୀ ପୋଲିସ ଅଫିସରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ କମିଶନ କହିଛନ୍ତି।

ଏହି କ୍ଷତିପୂରଣ ତଦନ୍ତକାରୀ ଅଫିସରଙ୍କଠାରୁ ଆଦାୟ କରିବାକୁ ମାନବାଧିକାର କମିଶନ ରାଜ୍ୟ ଗୃହ ବିଭାଗକୁ କହିଛନ୍ତି। ତାହା ପୁଣି ନିର୍ଦ୍ଦେଶର ୨ ମାସ ଭିତରେ କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।  ଏ ନେଇ ଆବଦନକାରୀଙ୍କ ପକ୍ଷରୁ ଲଢୁଥିବା ଓକିଲ ବିଶ୍ୱପ୍ରିୟ କାନୁନଗୋ ସୂଚନା ଦେଇଛନ୍ତି।

 

Baragada-minor-missing-case-nhrc-ordered-to-pay-5-lakhs-to-police-officer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories