କଟକ: ବାତ୍ୟା ‘ଫୋନି’ ତାଣ୍ଡବରୁ ବାଦ୍ ପଡ଼ିନି କ୍ରୀଡା ଭିତ୍ତିଭୂମି। ‘ଫୋନି’ ପ୍ରଭାବରେ କଟକର ବାରବାଟୀ ଷ୍ଟାଡିୟମ୍ ଛାରଖାର ହୋଇଯାଇଥିବା ବେଳେ ଜବାହରଲାଲ୍ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।
ବାରବାଟୀ ଷ୍ଟାଡିୟମ୍ର ଭିଆଇପି ଗ୍ୟାଲେରି ସହ ସଧାରଣ ଗ୍ୟାଲେରି ଉପରେ ଥିବା ଟିଣ ଏବଂ ପ୍ଳାଷ୍ଟିକ୍ ଛାତ ଉଡ଼ି ଯାଇଛି। ପ୍ରେସ୍ ଗ୍ୟାଲେରି, କନ୍ଫରେନ୍ସ ହାଉସ୍, ଡ୍ରେସିଂ ରୁମ୍ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଏହାସହ ଷ୍ଟାଡିୟମ୍ ପରିସରରେ ଲାଗିଥିବା ଫ୍ଲଡ୍ ଲାଇଟ୍ ମଧ୍ୟ ଭାଙ୍ଗି ଯାଇଛି।
ସେହିପରି ପବନରେ ଜବାହରଲାଲ୍ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ର ଛାତ ଉଡିଯାଇଥିବାବେଳେ, କାଚ ସବୁ ଭାଙ୍ଗିରୁଜି ଯାଇଛି। ଏହାସହ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ଥିବା ଲାଇଟ୍ ମଧ୍ୟ ଭାଙ୍ଗି ଯାଇଛି।
https://youtu.be/KRjCM03SMDM