ସିଲ୍‌ ହେଲା ବାପୁଜୀ ନଗର ମାର୍କେଟ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ଯାଏ ଭୁବନେଶ୍ୱର ସ୍ଥିତ ବାପୁଜୀ ନଗର ମାର୍କେଟକୁ ସିଲ୍‌ କରାଯାଇଛି। ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଏନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି।

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ବିଏମ୍‌ସିର ଅନୁମତି ନ ନେଇ ଦୋକାନ ଖୋଲିବା  ଅଭିଯୋଗରେ ମାର୍କେଟ୍‌କୁ ସିଲ୍ କରାଯାଇଛି। କେବଳ ଜରୁରୀ ସାମଗ୍ରୀ ଦୋକାନ ଛାଡ଼ି ବାକି ସବୁ ଦୋକାନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଜାରି ହେବାପରେ ଦୋକାନ ଖୋଲିବାକୁ ନେଇ ଗାଇଡ୍‌ଲାଇନ୍ସ ଜାରି ହୋଇଥିଲା। ହେଲେ ଏହି ମାର୍କେଟ୍‌ରେ ଥିବା ଦୋକାନ ଗୁଡ଼ିକ ବିଏମ୍‌ସିର ଅନୁମତି ନ ନେଇ ଖୋଲିଥିଲେ। ଏହାସହ ସାମାଜିକ ଦୂରତ୍ୱ ନିୟମ ମଧ୍ୟ ମାନି ନ ଥିଲେ। ଫଳରେ ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମ୍‌ସି ଓ ବିଡିଏ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ୱାଡ୍‌ର ମିଳିତ ଭାବେ ଚଢ଼ଉ କରି ମାର୍କେଟ୍‌କୁ ସିଲ୍‌ କରିଛି।

You might also like