ପାରାଦୀପରେ ଦାମଙ୍କ କ୍ରାଇମ୍ ସିଣ୍ଡିକେଟ୍ ଅଛି : ବାପି
ଦାମ-ବାପି ମୁହାଁମୁହିଁ
ପାରାଦୀପ: କ୍ରାଇମ ସିଣ୍ଡିକେଟର ଦାମ ହେଉଛନ୍ତି ରିଂ ମାଷ୍ଟର। ଏକ ପ୍ରେସ୍ମିଟରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ଏଥିସହ ଗ୍ୟାଙ୍ଗଷ୍ଟର ଟିଟୋ ସହ ବାପୁ ପରିଡ଼ାର ସଂପର୍କ ନଥିବା ଦାମ କେମିତି ଜାଣିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବାପି। ସର୍ଖେଲ ଟିଟୋ-ବାପୁ ମଧ୍ୟରେ ଦାମ ମଧ୍ୟସ୍ଥତା କରୁଥିଲେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।
ତାସହ ବିଜେଡି ନେତା ମୁନା ପତି ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କରିଛନ୍ତି ବାପି। ସର୍ଖେଲ ଟିଟୋ ଲିଙ୍କ୍ରେ ଦାମୋଦର ରାଉତ ଓ ସମ୍ବିତ ରାଉତରାୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ ଦାବି ଉଠାଇଛନ୍ତି। ଏଥିସହ ବାପୁ ପରିଡା ସହ ଦାମ ଓ ସମ୍ବିତଙ୍କ ଫଟୋ ଦେଖାଇଛନ୍ତି। ଦାମଙ୍କ ବଦଳରେ ବାପି ସର୍ଖେଲ ଫଟୋ ବାହାରିଥିଲେ ସରକାର କଣ ଚୁପ୍ ବସିଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଦାମଙ୍କ ବିରୋଧରେ ବାପିଙ୍କ ଏଭଳି ଅଭିଯୋଗ ପରେ ଦାମ ବି ପାଲଟା ବର୍ଷିଛନ୍ତି।
ଦାମ କହିଛନ୍ତି ବାପି ସନ୍ତୋଷ ଓ ଖଲିଦ ଟିଟୋର ଘନିଷ୍ଠ ସହଯୋଗୀ। ସେହିଭଳି ଦାମ କ୍ରାଇମବ୍ରାଞ୍ଚ୍ ଏସଟିଏଫକୁ ମଧ୍ୟ ସମାଲୋଚନା କରିଛନ୍ତି। ଏସଟିଏଫ୍ ବାପି ସର୍ଖେଲ, ସନ୍ତୋଷ ପଟ୍ଟନାୟକ ଓ ଖଲିଦ ବିଷୟରେ କାହିଁକି ତଦନ୍ତ କରୁ ନାହିଁ ବୋଲି ଦାମ ପ୍ରଶ୍ନ କରିଛନ୍ତି।