• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୂଆଦିଲ୍ଲୀ:ଜୁଲାଇ ମାସ ସରିଲା। କାଲିଠୁ ଆରମ୍ଭ ଅଗଷ୍ଟ। ଅଗଷ୍ଟ ମାସରେ ଯଦି କିଛି ବ୍ୟାଙ୍କ କାମ ଅଛି ତେବେ ଠିକ୍‌ ସମୟରେ କରାଇ ନିଅନ୍ତୁ। କାରଣ ଅଗଷ୍ଟ ମାସ ୩୧ ଦିନରୁ ୧୨ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏଇ ମାସରେ ରବିବାର, ୨ୟ ଓ ୪ର୍ଥ ଶନିବାରକୁ ମିଶାଇ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ।

ଆସନ୍ତାକାଲି ଅର୍ଥାତ୍‌ ଅଗଷ୍ଟ ୧  Bakri-Eid‌ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ପରିଦିନ ଅର୍ଥାତ୍‌ ଅଗଷ୍ଟ ୨ ତାରିଖ ରବିବାର। ଅଗଷ୍ଟ ୩ ତାରିଖ ରକ୍ଷା ବନ୍ଧନ ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ୪ ତାରିଖରୁ ୪ ଦିନ ବ୍ୟାଙ୍କ ଖୋଲା ରହିବ। ୮ ତାରିଖ ୨ୟ ଶନିବାର ଓ ୯ ତାରିଖ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଏହାର ୨ ଦିନ ପରେ ଅର୍ଥାତ୍‌ ୧୨ ତାରିଖ ପଡ଼ୁଛି ଜନ୍ମାଷ୍ଟମୀ । ତେଣୁ ଏହିଦିନ ପୁଣି ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ ରହିବ।

୧୫ ଅଗଷ୍ଟ ସ୍ୱାଧୀନତା ଦିବସ ପାଇଁ ବନ୍ଦ ରହିବ ବ୍ୟାଙ୍କ। ୧୬ ତାରିଖ ରବିବାର। ଏହା ପରେ ୨୨ ଅଗଷ୍ଟ ଗଣେଶପୂଜା ତଥା ୪ର୍ଥ ଶନିବାର ଏବଂ ୨୩ ତାରିଖ ରବିବାର। ତେଣୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ।  ସେହିପରି  ୨୯ ଅଗଷ୍ଟ ମାସର ଶେଷ ଶନିବାର ତଥା ବିଶ୍ୱକର୍ମା ପୂଜା ପାଇଁ ବ୍ୟାଙ୍କ ବନ୍ଦ ରହିପାରେ। ୩୦ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ।

ତେଣୁ ଅଗଷ୍ଟ ମାସରେ ବ୍ୟାଙ୍କ ୧୨ ଦିନ ଛୁଟି ପଡୁଥିବାରୁ ନିର୍ଦ୍ଧାରିତ କାମ ସମୟ ପୂର୍ବରୁ କରିନେବା ଦରକାର। ତେବେ ଏଟିଏମ ସେବା ଉପଲବ୍ଧ ରହିବ।  ଯେ କୌଣସି ଦିନ ଆପଣ ଚାହିଁବେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ।

Banks-will-closed-13-days-in-august-check-full-holiday-list-here200104
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories