ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ୨ ଦିନ ଭିତରେ ସାରି ନିଅନ୍ତୁ କାମ

ନୂଆଦିଲ୍ଲୀ: ଚଳିତ ସପ୍ତାହର ଶେଷ ଦିନରେ ବ୍ୟାଙ୍କ କାମ କରିବେ ବୋଲି ଭାବିଛନ୍ତି କି ? ଯଦି ସେପରି ଭାବିଛନ୍ତି ତେବେ ପ୍ଲାନ ବଦଳାଇ ଦିଅନ୍ତୁ। କାରଣ ଶୁକ୍ରବାର ଏବଂ ଶନିବାର ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ଏହି  ଦୁଇଦିନ ବ୍ୟାଙ୍କର ସମସ୍ତ କାମ ବନ୍ଦ ରହିବ। ଚଳିତ ବର୍ଷ ପାଇଁ ଏହି ଦୁଇଦିନ ବିଶେଷ ଗୁରୁତ୍ୱ ରଖେ। କାରଣ ଶୁକ୍ରବାର ଅର୍ଥାତ ଜାନୁଆରୀ ୩୧ ଆର୍ଥିକ ସର୍ଭେ ଏବଂ ଫେବ୍ରୁଆରୀ ୧ ଦେଶର ବଜେଟ ଆଗତ କରାଯିବ।

ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ୍ (IBA) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମାନ କାମ ପାଇଁ ସମାନ ଦରମା, କାମର ସମୟ ନିର୍ଦ୍ଧାରଣ, ଫ୍ୟାମିଲି ପେନ୍‌ଶନ୍‌ ପରି ଅନେକ ଗୁଡ଼ିଏ ଦାବି ପୂରଣ ନ ହେବାରୁ ମାସରେ ଦ୍ୱିତୀୟ ଥର ପଇଁ ଏହି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି।

ତେବେ ତିନି ଦିନ ବ୍ୟାଙ୍କ ବନ୍ଦ ରହିଲେ ଲୋକେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। କାରଣ ଜାନୁଆରୀ ମାସର ଦରମା ରିଲିଜ ହୋଇପାରିବ ନାହିଁ। ଏଟିଏମରେ କ୍ୟାସ୍‌ ଭରିବାରେ ମଧ୍ୟ ଅସୁବିଧା ହେବ। ତେଣୁ କିଛି ବିଶେଷ ଆବଶ୍ୟକତା ଯଦି ଅଛି, ଏହି ଦୁଇ ଦିନ ମଧ୍ୟରେ ଏହାର ବ୍ୟବସ୍ଥା କରି ନିଅନ୍ତୁ।

ସୂଚନାଯୋଗ୍ୟ ଯେ, ୨୦୨୦ ଜାନୁଆରୀରେ ଏହା ବ୍ୟାଙ୍କର ୨ୟ ଆନ୍ଦୋଳନ। ଏହା ପୂର୍ବରୁ ଜାନୁଆରୀ ୮ ତାରଖ ଭାରତ ବନ୍ଦରେ ମଧ୍ୟ ୬ଟି ବ୍ୟାଙ୍କ କର୍ମଚାରୀ ୟୁନିୟନ ସାମିଲ ହୋଇଥିଲେ। ସେହିଦିନ ବ୍ୟାଙ୍କ ବନ୍ଦ ରହିଥିଲା ଏବଂ ଯେଉଁ ବ୍ୟାଙ୍କ ଖୋଲା ଥିଲା ସେମାନଙ୍କର କାମ ପ୍ରଭାବିତ ହୋଇଥିଲା।

You might also like