ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବାବେଳେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି।

ଫଳରେ ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ତା’ ପରଦିନ ରବିବାର ଥିବାରୁ ୨ ତାରିଖରେ ମଧ୍ୟ ବ୍ୟାଙ୍କ ଛୁଟି ରହିବ। ଫଳରେ ଚଳିତ ସପ୍ତାହରେ ଲଗାତର ଭାବେ ୪ ଦିନ ଧରି ଗ୍ରାହକମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ।

You might also like