ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ

  • କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ
  • ଗ୍ରାହକ ସେବା ସକାଳ ୧୦ରୁ ଅପରାହ୍ନ ୪ ପରିବର୍ତ୍ତେ ଦିନ ୨ଟା ଯାଏଁ ଉପଲବ୍ଧ
  • ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ
  • ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ନୂଆ ନିୟମ
  • ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗର ନିର୍ଦ୍ଦେଶ
  • ସବୁ ଜିଲ୍ଲାରେ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ । ଗ୍ରାହକ ସେବା ସକାଳ ୧୦ଟାରୁ ଅପରାହ୍ନ ଦିନ ୨ଟା ଯାଏଁ ଉପଲବ୍ଧ ହେବ । ହେଲେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ସେବାକୁ ୨ଟା ପର୍ଯ୍ୟନ୍ତ ରଖାଯାଇଛି । ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ଏହି ନୂଆ ସମୟ ।

ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗର ନିର୍ଦ୍ଦେଶ ରହିଛି । ବ୍ୟାଙ୍କର ଶାଖାଗୁଡ଼ିକ ରୋଟେସନ ଆଧାରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସବୁ ଜିଲ୍ଲାରେ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ଶନିବାର ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଥିବା ଯୋଗୁଁ ବ୍ୟାଙ୍କ ଶାଖା ଗୁଡ଼ିକ ବନ୍ଦ ରହିବ ।

 

 

 

ସେପଟେ ଗତକାଲି ତୁଳନାରେ ଆଜି ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ରାଜ୍ୟରୁ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛନ୍ତି  ୬ ହଜାର ୭୩ । ଆଜି ବି ଖୋର୍ଦ୍ଧା ଜିଲ୍ଲା ତାଲିକାର ଉପରେ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୯୨ ସଂକ୍ରମିତ ବାହାରିଛନ୍ତି। ଆଜି ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୭୨ ଲୋକାଲ କଣ୍ଟାକ୍ଟ ଥିବା କହିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

You might also like