ବାହାର ରାଜ୍ୟରୁ ଲୁଚି ଆସି ଗାଁରେ ଥିଲେ: ୪୮ ଘଣ୍ଟା ଶଟଡାଉନ କଲେ ସରପଞ୍ଚ

କଟକ: ବାହାର ରାଜ୍ୟରୁ ଲୁଚା ଛପାରେ ଆସି କ୍ୱାରେଣ୍ଟିନକୁ ନ ଯାଇ ସିଧା ଗାଁକୁ ଯିବାରୁ ପୋଲିସ ସହାୟତାରେ ସେମାନଙ୍କୁ କ୍ୱାରେଣ୍ଟିନ ପଠାଇଲେ ବାଙ୍କୀ ବ୍ଲକ କାଳିପୋଇ ସରପଞ୍ଚ। ଏହାସହ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ଉଆସପଲ୍ଲୀ ଗାଁକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସେ।

ଉଆସପଲ୍ଲୀ ଗାଁର କିଛି ଯୁବକ ପଶ୍ଚିମବଙ୍ଗରୁ ଫେରି ଲୁଚା ଛପାରେ ଗାଁକୁ ଯାଇ ପରିବାର ଲୋକଙ୍କ ସହ ରହିଥିଲେ। ଏନେଇ ଗାଁ ଲୋକଙ୍କ ଠାରୁ ଖବର ପାଇବାପରେ କାଳିପୋଇ ସରପଞ୍ଚ ପୋଲିସ ସହାୟତାରେ ସେମାନଙ୍କୁ ପଞ୍ଚାୟତର କ୍ୱାରେଣ୍ଟିନକୁ ନେଇଛନ୍ତି। ସେମାନଙ୍କ ସ୍ୱାବ ପରୀକ୍ଷା ଲାଗି ପଠାଇଛନ୍ତି।

ଯୁବକ ମାନେ ଲୁଚାଛପା ଗାଁକୁ ଯାଇଥିବାରୁ ସରପଞ୍ଚ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି। ଏହା ସହ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ସେହି ଯୁବକଙ୍କ ପରିବାର ଲୋକଙ୍କୁ ପଚରା ଉଚରା ଚଳାଇଛି।

You might also like