ଅଧା କର୍ମଚାରୀରେ ଚାଲିବ ବ୍ୟାଙ୍କ

ଭୁବନେଶ୍ୱର: ୫୦ ପ୍ରତିଶତ  ଷ୍ଟାଫରେ ଚାଲିବ ବ୍ୟାଙ୍କ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କୁ ଘରକୁ ଯାଇ ସେବା ଦେବେ ବ୍ୟାଙ୍କ ଷ୍ଟାଫ୍। ଏ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର।

ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ଖୋଲିବା ନେଇ ଆସିଛି ଗାଇଡଲାଇନ୍। ଏ ନେଇ ଜିଲ୍ଲାପାଳ, ଏସପି, ଟ୍ୱିନ ସିଟିର ଡିସିପିଙ୍କୁ ଅର୍ଥ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନିୟମିତ ସମୟରେ ବ୍ୟାଙ୍କ ଖୋଲା ରହିବ। ସରକାରୀ ଓ ଘରୋଇ ବ୍ୟାଙ୍କର ବଡ଼ ଶାଖା ୫୦% ଷ୍ଟାଫଙ୍କୁ ନେଇ ଖୋଲିବ।

ଯେଉଁ କ୍ଷୁଦ୍ର ବ୍ୟାଙ୍କରେ ୫ରୁ କମ୍ ଷ୍ଟାଫ ଅଛନ୍ତି। ସମସ୍ତେ ଉପସ୍ଥିତ ରହିବେ। SEBI ଓ RBI ମଧ୍ୟ ୫୦ ପ୍ରତିଶତ ଷ୍ଟାଫଙ୍କୁ ନେଇ ଖୋଲା ରହିବ। ବୀମା କମ୍ପାନୀ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ।

ସେହିପରି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କୁ ବ୍ୟାଙ୍କ ଷ୍ଟାଫ୍ ଘରକୁ ଯାଇ ସେବା ଦେବେ। କଣ୍ଟେନମେଣ୍ଟ ଜୋନରେ ସ୍ଥାନୀୟ ପ୍ରଶାସକଙ୍କ ନିର୍ଦ୍ଦେଶ କାର୍ଯ୍ୟ କରିବ।

ଆହୁରି ପଢ଼ନ୍ତୁ

You might also like