ବଲାଙ୍ଗିର: ବଲାଙ୍ଗିରରେ ଏକ ବ୍ୟାଙ୍କ ଲୁଟ୍ ହୋଇଛି। ବ୍ୟାଙ୍କରୁ ଜଣେ ବ୍ୟକ୍ତି ୫ଲକ୍ଷ ଟଙ୍କା ଉଠାଇ ଫେରିବା ବେଳେ ତାଙ୍କ ହାତରୁ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିକ୍ରାପଡ଼ାର ବ୍ୟବସାୟୀ ସଞ୍ଜୟ ଶତପଥୀ ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ। ବ୍ୟାଙ୍କରୁ ବାହାରିବା ବେଳେ ହଠାତ୍ ୨ ଜଣ ଯୁବକ ଏକ ପଲ୍ସର ବାଇକ୍ରେ ଆସି ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଥିଲେ।
୨ ଲୁଟେରାଙ୍କ ଭିତରୁ ଜଣେ ହେଲମେଟ୍ ପିନ୍ଧିଥିବା ବେଳେ, ପଛରେ ବସିଥିବା ବ୍ୟକ୍ତି ଯୋଜନା ମୁତାବକ ବ୍ୟାଗ ଛଡାଇ ନେଇଥିଲା। ବଲାଙ୍ଗିର ଟାଉନ ଥାନା ପୋଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।