ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼

ବଲାଙ୍ଗିର  :  ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଗୁଳି କରାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ଭିତରେ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା ମିଳିଛି।

ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି କିଛି ସ୍ପଷ୍ଟ ହୋଇନି। ଟିଟିଲାଗଡର ମୁଖ୍ୟରାସ୍ତାରେ ଚେକିଂକୁ ଜୋରଦାର କରିଛି ପୁଲିସ।

You might also like