କରୋନା ଆକ୍ରାନ୍ତ ହେଲେ ବ୍ୟାଙ୍କ ମ୍ୟାନେଜର 

ପାରଳାଖେମୁଣ୍ଡି: ବ୍ୟାଙ୍କ ପରିସରକୁ ପ୍ରବେଶ କଲା କରୋନା। ପାରଳାଖେମୁଣ୍ଡି ଜିଲ୍ଲାର ଜଣେ ବ୍ୟାଙ୍କ ମ୍ୟାନେଜର  କରୋନା ଆକ୍ରାନ୍ତ ହୋଇଛନ୍ତି।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମ୍ୟାନେଜର ପଜିଟିଭ୍ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।

ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ରାଜ୍ୟରେ ଆଜି ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୩୬ ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ସଂଖ୍ୟାକୁ ମିଶାଇ  ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଛି। ୪,୧୨୩ ଜଣ ଆରୋଗ୍ୟ ଲାଭ କରି ଫେରିଥିବାବେଳେ ୧,୮୧୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
You might also like