ବ୍ୟାଙ୍କ୍ କ୍ୟାସିୟର୍‌ଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଗଞ୍ଜାମ: ଛତ୍ରପୁର ଅଞ୍ଚଳରେ ଜଣେ ବ୍ୟାଙ୍କ୍ କ୍ୟାସିୟର୍‌ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ କ୍ୟାସିୟର୍‌ ହେଲେ ବିନାୟକ ବେହେରା। ତାଙ୍କ ଘର ଗଞ୍ଜାମ ଛତ୍ରପୁର ଅଞ୍ଚଳରେ।

ବିନାୟକ ଆସିକା ମୁଣ୍ଡମରାଇ ଆନ୍ଧ୍ର ବ୍ୟାଙ୍କରେ କାମ କରୁଥିଲେ। ମୁଣ୍ଡମରାଇ କଲେଜ୍ ନିକଟ ପାହାଡ଼ ପାଖରେ ବିନାୟକଙ୍କ ମୃତଦେହ ମିଳିଛି। ପ୍ରେମ ବ୍ୟାପାରରୁ ବିନାୟକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

You might also like