ଧରା ହେଲା ସେକ୍ସ କାରବାରର କିଙ୍ଗପିନ୍

ଭୁବନେଶ୍ୱର: ଧରା ହେଲା ସେକ୍ସ କାରବାରର କିଙ୍ଗପିନ୍। ବାଂଲାଦେଶୀ ଯୁବତୀଙ୍କୁ ଅଣି ସେକ୍ସ କାରବାର ଚଳାଉ ଥିବା କିଙ୍ଗପିନ୍ ଦିଦି ଓ ତାର ସ୍ୱାମୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ସେମାନଙ୍କୁ ଭୁବନେଶ୍ୱର ଉପକଣ୍ଠ ପିପିଲି ଅଞ୍ଚଳରୁ ଗିରଫ କରାଯାଇଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ, ଏମାନଙ୍କ ପାଖରେ କାମ କରୁଥିବା କିଛି ବାଂଲାଦେଶୀ ଯୁବତୀଙ୍କୁ ମଧ୍ୟ ଧରାଯାଇଥିବା ସୂଚନା ମିଲିଛି। କିଙ୍ଗପିନ୍ ଦିଦି ଜଣେ ବାଂଲାଦେଶୀ ହୋଇଥିବାବେଳେ ସେଠାରୁ ଯୁବତୀମାନଙ୍କୁ କାମ କରାଇବା ନାଁରେ ଆଣି ଏଠାରେ ସେକ୍କ କାରବାରରେ ଲଗାଉଥିଲା। ନିକଟରେ ଜଣେ ଯୁବତୀଙ୍କୁ ହୋଟେଲ ରୁମରେ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଏହି ବାଂଲାଦେଶୀ ଲିଙ୍କର ଖୁଲାସା ହୋଇଥିଲା। ଯୁବତୀ ଜଣଙ୍କୁ ପୁଲିସ ଗିରଫ କରିଥିଲା।

ଏହି କିଙ୍ଗପିନ୍‌ ଦିଦି ଯୁବତୀମାନଙ୍କ ଆଧାରକାର୍ଡକୁ ନକଲ କରି ଏଠାରେ ଆଣି ସେକ୍ସ କାରବାରରେ ଲଗାଯାଉଛି। ତେବେ କେବଳ ଜଣେ ଯୁବତୀ ନୁହେଁ, ପୂର୍ବରୁ ଅନ୍ୟ ଜଣେ ବାଂଲାଦେଶୀ ଯୁବତୀ ମଧ୍ୟ  ଗଣମାଧ୍ୟମରେ କିଙ୍ଗପିନ୍ ଦିଦିର ଖୁଲାସା କରିଥିଲେ। ପୂର୍ବରୁ ଏହି କିଙ୍ଗପିନ୍ ସେକ୍ସ ସୌଦାଗର ସୁନୀଲ ମେହେର ପାଇଁ କାମକରୁଥିଲା। ଏବେ କିନ୍ତୁ ନିଜେ ସ୍ୱାମୀ ସହ ମିଶି ଏହି କାରବାର କରୁଥିବା ଜଣାପଡ଼ିଛି।

You might also like