୩ ମିନିଟ ଭିତରେ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ୩ ମିନିଟ ଭିତରେ ଗାନ କରାଯିବ। ସ୍ୱର, ଲୟ ତାଳ କଣ ହେବ ଏନେଇ ଖୁବ ଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ। ତେବେ ସଂଗୀତ ଗାନରେ ତ୍ରୁଟି ହେଲେ, କଣ ଦଣ୍ଡ ବିଧାନ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ରଘୁନନ୍ଦନ କହିଛନ୍ତି।

ଏପଟେ ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି। ସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପରେ ବିଭାଗ ପଦକ୍ଷେପ ନେଆଯିବ। ଯଦି ସୁବିଧା ହୁଏ, ତେବେ ଏବର୍ଷ ସ୍ୱତନ୍ତ୍ର ପୁସ୍ତିକା କରି ଦେବାର ବ୍ୟବସ୍ଥା କରାଯିବ। ଏନେଇ ବିଭାଗ ବିସ୍ତୁତ ଅନୁଧ୍ୟାନ ପରେ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ। ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ।

ସୂଚନା ଓ ପ୍ରସାରଣ ବିଭାଗ ଯେଉଁ  ଆଧାରରେ କହିବ, ସେହି ଅନୁସାରେ ପାଠ୍ୟକ୍ରମରେ ସାମିଲ ହେବ। ପାଠ୍ୟକ୍ରମରେ ସଙ୍ଗୀତ ରହିବ ଓ କାନ୍ତକବିଙ୍କ ସଂପର୍କରେ ବି ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

You might also like