• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ଗାୟନ ଅବଧି କମାଇଲେ ରାଜ୍ୟ ସରକାର। ଏହାର ସମୟ ଅବଧି ୨ ମିନିଟ ୧୧ ସେକେଣ୍ଡ ହେବ ବୋଲି OTV କୁ କହିଛନ୍ତି ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ।

ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧି ହ୍ରାସ କରାଯାଇଛି। ତେବେ ଗୀତର ସମସ୍ତ ୬ଟି ପଦ ପୂର୍ବବତ ରଖାଯାଇଛି। ସମସ୍ତ ୬ଟି ପଦ ଗାନ କରାଯିବ। ଧାଡ଼ି ପୁନରାବୃତ୍ତି ହେବନି ବୋଲି ସୂଚନା ଦେଇଛନ୍ତି ସଂସ୍କୃତି ସଚିବ। ଏଥିସହିତ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଶୈଳୀରେ ଏହି ସଂଗୀତକୁ ଗାନ କରାଯିବ ବୋଲି ସଚିବ କହିଛନ୍ତି।

କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ ଓ  ସ୍ୱାଭିମାନର ପ୍ରତୀକ ଏହି ଗୀତକୁ ଗତକାଲି ସରକାର ରାଜ୍ୟ ସଂଗୀତ ମାନ୍ୟତା ଦେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା। ସଂଗୀତର ସୁର, ତାଳ ଓ ଅବଧି କେତେ ରହିବ ଏବେ ତା ଉପରେ ନଜର। ସଂସ୍କୃତି ବିଭାଗର ସୂଚନା ଅନୁଯାୟୀ ରାଜ୍ୟ ସଙ୍ଗୀତର ଅବଧି ୨ମିନିଟ୍‌ରୁ ସାମାନ୍ୟ ଅଧିକ ରହିପାରେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଟୁଇଟରେ ବି ବନ୍ଦେ ଉତ୍କଳ ଜନନୀର ଅବଧି ୨ ମିନିଟ୍ ୧୧ ସେକେଣ୍ଡ ଥିବାରୁ ଏହା ଉପରେ ମୋହର ବାଜିବା ସମ୍ଭାବନା ରହିଛି। ପୂର୍ବରୁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟର ବହୁ ସୁନାମ ଧନ୍ୟ ଗାୟକ ଅତି ସୁମଧୁର ଓ ମର୍ମସ୍ପର୍ଶୀ ଢଙ୍ଗରେ ଗାନ କରିଛନ୍ତି। ତେବେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଯେଉଁ ଶୈଳୀରେ ଗାନ କରିଛନ୍ତି ତାକୁ ଆପଣେବା ଲାଗି ସ୍ଥିର କରିଛି ରାଜ୍ୟ ସଂସ୍କୃତି ବିଭାଗ।

ପୂର୍ବରୁ ବନ୍ଦେ ଉତ୍କଳ ଜନନୀର ଗାୟନ ଅବଧି ୩ ମିନିଟ୍ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଥିଲେ। ତେବେ ଉଲ୍ଳଘଂନକାରୀଙ୍କ ପାଇଁ କଣ ଦଣ୍ଡ ବିଧାନ କହିବ ତହା ବିଚାର କରାଯିବ ବଲି ମନ୍ତ୍ରୀ କହିଥିଲେ।

ଏପଟେ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ବନ୍ଦେ ଉତ୍କଳ ଜନନୀକୁ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଚଳିତ ବର୍ଷ ପାଇଁ ବହି ଛପା ସରିଛି ତେଣୁ ଏଥିରେ ରାଜ୍ୟ ସଂଗୀତକୁ ସାମିଲ କରିବା ସମ୍ଭବ ନୁହେଁ ତେଣୁ ସ୍ୱତନ୍ତ୍ର ପୁସ୍ତିକା ଆକାରରେ ଏହାକୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ।

ସେହିପରି ସ୍କୁଲ ଛୁଟି ପୂର୍ବରୁ ଛାତ୍ରଛାତ୍ରୀ ରାଜ୍ୟ ସଙ୍ଗୀତ ଗାନ କରିବେ। ଆସନ୍ତା ବର୍ଷ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ। ବନ୍ଦେ ଉତ୍କଳ ଜନନୀ ସହିତ ଏହାର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସଂପର୍କରେ ବି ଏଥିରେ ଉଲ୍ଲେଖ ରହିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବ ପରେ କାନ୍ତ କବି ଜନ୍ମଲାଭ କରିଥିବା ଭଦ୍ରକ ଜିଲ୍ଲାର ବାସିନ୍ଦା ନିଜକୁ ଗୌରବାନ୍ୱିତ ମନେ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ସହରର ବାଇପାସ ଛକରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ମଧ୍ୟ ସେମାନେ ଦାବିପତ୍ର ଦେଇଛନ୍ତି।

Bande-utkala-janani-singing-time-reduced-to-2-minute-11-second1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories