ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏ ବର୍ଷ ବହି ବଣ୍ଟନ ସରିଛି। ସୁବିଧା ହେଲେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟାଯିବ ବୋଲି ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି।

ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି। ସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପରେ ବିଭାଗ ପଦକ୍ଷେପ ନେବ  ଯଦି ସୁବିଧା ହୁଏ, ତେବେ ଏବର୍ଷ ସ୍ୱତନ୍ତ୍ର ପୁସ୍ତିକା କରି ଦେବାର ବ୍ୟବସ୍ଥା କରାଯିବ।

ଏନେଇ ବିଭାଗ ବିସ୍ତୁତ ଅନୁଧ୍ୟାନ ପରେ ନିଷ୍ପତ୍ତି ନେବ। ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ। ଏବେ ବି କିଛି ସ୍କୁଲରେ ଗାନ କରାଯାଉଛି। ହେଲେ ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ। ସୂଚନା ଓ ପ୍ରସାରଣ ବିଭାଗ ଯେଉଁ ଆଧାରରେ କରିବ ସେହି ଅନୁସାରେ ପାଠ୍ୟକ୍ରମରେ ସାମିଲ ହେବ। ପାଠ୍ୟକ୍ରମରେ ସଙ୍ଗୀତ ରହିବ ଓ କାନ୍ତକବିଙ୍କ ସଂପର୍କରେ ବି ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

You might also like