• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଲକାନଗିରି: ଦୁର୍ଗମ ଆଦିବାସୀ ଅଞ୍ଚଳକୁ ଛୁଇଁଛି କରୋନା। ବଣ୍ଡା ଓ ଡଙ୍ଗରିଆ କନ୍ଧଙ୍କ ଗାଁରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଉଭୟ ଅଞ୍ଚଳକୁ ସିଲ୍ କରି ଟେଷ୍ଟିଂକୁ ବଢ଼ାଯାଇଛି। ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ହାଟ ଉପରେ ନିର୍ଭର କରୁଥିବା ବଣ୍ଡା ଲୋକଙ୍କ ଘରେ ଏବେ ଖାଦ୍ୟ ସାମଗ୍ରୀର ଅଭାବ। କାରଣ ଚାଉଳ ସିନା ଅଛି ହେଲେ ପନିପରିବା ନାହିଁ କି ଲୁଣ ବି ନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ବଣ୍ଡା ବାସିନ୍ଦା। ସେପଟେ ଡଙ୍ଗରିଆ କନ୍ଧଙ୍କ ପାଖରେ ପହଞ୍ଚିଛି ୧୪ ଦିନିଆ ରାସନ ସାମଗ୍ରୀ।

ଦୁଇ ସପ୍ତାହ ହେଲାନି ଘରେ ଭାତ ଅଛି ହେଲେ ଡାଲି ନାହିଁ କି ପରିବା ନାହିଁ। ଯାହା ଥିଲା ସେସବୁ ସରିଲାନି। ମିଳିଲେ ଖାଉଛନ୍ତି, ନମିଳିଲେ ନାହିଁ। ଏମିତି କିଛି କହିଛନ୍ତି ମାଲକାନଗିରିରେ ରହୁଥିବା ବଣ୍ଡା ଘାଟିର ଲୋକ। କରୋନା କଟକଣା ଓ ତାସାଙ୍ଗକୁ ଆନ୍ଧ୍ର ସୀମା ସିଲ୍ ପରେ ଏବେ ବଣ୍ଡା ଘାଟି ଲୋକଙ୍କ ଚିନ୍ତା ବଢ଼ିଛି। କାରଣ, ଆନ୍ଧ୍ରର ହାଟ ଉପରେ ନିର୍ଭର କରି ଏମାନେ ଚଳନ୍ତି। ସେଠୁ ପରିବା ଆସିଲେ ଘର ଚୁଲି ଜଳେ, ଲୁଣ ଆସିଲେ ରୋଷେଇ ହୁଏ। ଆଉ ଏଠୁ ଜଙ୍ଗଲ ଦ୍ରବ୍ୟ ବିକ୍ରି କଲେ ଏମାନଙ୍କ ଘର ଚଳେ। ହେଲେ ନାଁ ଏବେ ଘରକୁ ଦି ପଇସା ଆସି ପାରୁଛି ନା ହିଁ ପରିବା। ୮ ଜଣ ବଣ୍ଡା ପଜିଟିଭ୍ ଚିହ୍ନଟ ହେବା ପରେ ଗତ ସପ୍ତାହେ ଧରି ଅଞ୍ଚଳକୁ ସିଲ୍ କରାଯାଇଛି। ଫଳରେ ଘାଟି ଉପରୁ ତଳକୁ ଆସି ପାରୁନାହାନ୍ତି ଲୋକେ।

ବଣ୍ଡା ଘାଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସଂକ୍ରମଣ ଯେପରି ବ୍ୟାପିବନି ସେ ନେଇ ପ୍ରଶାସନ ନଜର ରଖିଛି। ହେଲେ ଏବେ କଟକଣା ସମସ୍ୟା ୩୨ଟି ଗାଁର ଲୋକଙ୍କ ଚିନ୍ତା ବଢ଼ାଇଛି। ଜିଲ୍ଲାପାଳ ଘାଟିକୁ ଯାଇ ସ୍ଥିତି ପରଖିଛନ୍ତି। ରାସନ ସାମଗ୍ରୀ ସହ ଅନ୍ୟ ମୌଳିକ ସୁବିଧା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ରାୟଗଡ଼ା ନିୟମଗିରି ଡଙ୍ଗରିଆ କନ୍ଧଙ୍କୁ ରାସନ ସାମଗ୍ରୀ ପହଞ୍ଚାଇଛି ଜିଲ୍ଲା ପ୍ରଶାସନ। ଆସନ୍ତା ୧୪ ଦିନ ପାଇଁ ଖାଦ୍ୟ ସାମଗ୍ରୀ ସହ ଶହେ ଟଙ୍କା ଭତ୍ତା ବି ଦିଆଯାଇଛି । ସଂକ୍ରମଣ ଦୃଷ୍ଟିରେ ନିୟମଗିରି ଅଞ୍ଚଳକୁ ସିଲ୍ କରାଯାଇଛି। ଶହେରୁ ଅଧିକ ଲୋକଙ୍କ ଟେଷ୍ଟିଂ ଏବେ ଯାଏ କରାଗଲାଣି ବୋଲି ସୂଚନା ମିଳିଛି। ତେବେ କରୋନା ଦ୍ୱିତୀୟ ଲହରୀରେ ପ୍ରଭାବିତ ହୋଇଛନ୍ତି ବଣ୍ଡା ଓ ଡଙ୍ଗରିଆ କନ୍ଧ। ଉଭୟ ଆଦିବାସୀ ଅଞ୍ଚଳବାସୀଙ୍କୁ ଛୁଇଁଛି କରୋନା।

ମାଲକାନଗିରିରୁ ଜିତେନ୍ଦ୍ର ବେଉରା ଓ କଲ୍ୟାଣସିଂହପୁରରୁ ମାଉଡ଼ି ବାରିକଙ୍କ ରିପୋର୍ଟ

Bandaghati-people-many-problem-for-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories