ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍

ଖୋର୍ଦ୍ଧା  : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍। ଗତକାଲି ଡାକ୍ତରଙ୍କ ଉପରକୁ ହୋଇଥିବା ଅାକ୍ରମଣର ପ୍ରତିବାଦ ସ୍ୱରୂପ ଅାଜି ଡାକ୍ତର, ନର୍ସ ଓ ଅାଶାକର୍ମୀ ଧାରଣାରେ ବସିଥିଲେ।

ଏହା ବ୍ୟତୀତ କେମିଷ୍ଟ ଅାଣ୍ଡ ଡ୍ରଗିଷ୍ଟ ଅାସୋସିଏସନ୍ ପକ୍ଷରୁ ମଧ୍ୟ ବାଣପୁରର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି। ସେପଟେ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଯାଏଁ ଅାନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଡାକ୍ତର, ନର୍ସ  ଓ ଅାଶାକର୍ମୀ ।

You might also like