ବଦଳିଲେ କାମ୍ପା ଦୁର୍ନୀତିରେ ସଂପୃକ୍ତ ରେଞ୍ଜର

ଭୁବନେଶ୍ୱର: ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ଆସିଥିବା ପ୍ରାୟ ୭୭ ଲକ୍ଷ ଟଙ୍କା ହେରଫେର ଘଟଣାର ପର୍ଦ୍ଦାଫାଶ ଓଟିଭିରେ ହେବା ପରେ ରେଞ୍ଜର ଅଜୟ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଭୁବନେଶ୍ୱର RCCFକୁ ବଦଳି କରାଯାଇଛି। 

ସୂଚନାଥାଉ କି, ଅଜୟ ଉଭୟ ବାଲୁଗାଁ ଓ ଟାଙ୍ଗି ରେଞ୍ଜ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ, ଖୋର୍ଦ୍ଧା ଫରେଷ୍ଟ ରେଞ୍ଜର ଉତ୍ତମ ଗଡ଼ନାୟକଙ୍କୁ ବାଲୁଗାଁ ରେଞ୍ଜକୁ ବଦଳି କରାଯାଇଛି ଏବଂ ରଣପୁର ଫରେଷ୍ଟ ରେଞ୍ଜର ଶରତ ଚନ୍ଦ୍ର ଶତପଥୀଙ୍କୁ ଟାଙ୍ଗି ରେଞ୍ଜକୁ ବଦଳି କରାଯାଇଛି ।

ଉଜୁଡ଼ା ଓ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ପୁନଃ ବନୀକରଣ ନାଁରେ ରାଜ୍ୟର କାମ୍ପା ଫଣ୍ଡକୁ ଆସିଥିଲା ୫୯୨ କୋଟି ଟଙ୍କା। ଏଥିରୁ ବାଲୁଗାଁ କାମ୍ପା ଫଣ୍ଡକୁ ଆସିଥିଲା ପ୍ରାୟ ୭୭ ଲକ୍ଷ ଟଙ୍କା । ଦୁଇଟି କିସ୍ତି ମାର୍ଚ୍ଚ ୨୩ ଓ ମାର୍ଚ୍ଚ ୨୯ରେ ଏହି ଟଙ୍କା ଉଠା ଯାଇଥିଲା।  ମାର୍ଚ୍ଚ ୨୩ ତାରିଖରେ ୬୯ଲକ୍ଷ ୬୮ ହଜାର ଟଙ୍କା ଖୋର୍ଦ୍ଧା ଡିଏଫଓ ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ପଠାଇଥିଲେ। ବାକି ଟଙ୍କା ମାର୍ଚ୍ଚ ୨୯ ପଠାଇଥିଲେ। ହେଲେ ଏହି ଟଙ୍କା ହେରଫେର ହୋଇଥିବା ନେଇ  ଓଟିଭିରେ ଅନୁସନ୍ଧାନମୂଳକ ଖବର ପ୍ରସାରଣ ହୋଇଥିଲା। 

ଏହି ଟଙ୍କା ଏମିତି କିଛି ବ୍ୟକ୍ତିଙ୍କ ଆକାଉଣ୍ଟକୁ ଦିଆଯାଉଛି,  ଯାହାକୁ ପରବର୍ତ୍ତୀ ସମୟରେ ବନ ବିଭାଗ ଅଧିକାରୀ ଉଠାଇ ନେଉଛନ୍ତି। ହେଲେ ଏହି ଟଙ୍କା କାହିଁକି ଆସୁଛି, କିଏ ନେଉଛି ହିତାଧିକାରୀ ଜାଣନ୍ତିନି।  ସଲାସୁତରାରେ ଏଭଳି କାରବାର ଚାଲିଥିଲା। ଏପରି ୧୦ଜଣ ଲୋକଙ୍କଠାର ତଥ୍ୟ ପାଇଥିଲା ଓଟିଭି । ଆହୁରି ଜଣାପଡ଼ିଥିଲା, ଟଙ୍କା ଆସିଥିଲା ବାଲୁଗାଁ ରେଞ୍ଜରେ ଖର୍ଚ୍ଚ ହେବାକୁ, ହେଲେ ଏହା ଯାଇଥିଲା ନୟାଗଡ଼, ରଣପୁର ଓ ଟାଙ୍ଗି ଅଞ୍ଚଳର ହିତାଧିକାରୀଙ୍କ ଆକାଉଣ୍ଟକୁ ।

କାମ ତ ହୁଏନି  ଯେଉଁଠି ବି ଧର୍ମକୁ ଆଖିଠାର ଭଳି କାଁ ଭାଁ କାମ ହୁଏ, ସେଠି ବି ମଜୁରୀ ପାଇଥିବା ଲୋକଙ୍କଠାରୁ ଜୋର ଜବରଦସ୍ତ ୫୦ ପ୍ରତିଶତ କମିଶନ ମାଗୁଥାନ୍ତି ।

ଏଭଳି ସାଂଘାତିକ ଘୋଟାଲା ଘଟାଇଥିବା ରେଞ୍ଜର ଏ. କେ. ଜଗଦ୍ଦେବ, ତଳିଆ କର୍ମଚାରୀ ଓ ଗାର୍ଡମାନଙ୍କୁ ମିଥ୍ୟା କାଗଜପତ୍ର, ମଷ୍ଟର ରୋଲ ଓ ବିଲ୍ କରିବାକୁ ଫୋନରେ ଧମକ ଦିଅନ୍ତି। ଏହାର ଅଡିଓ ବି ରହିଛି। ଏପରିକି ପିସିସିଏଫ୍, କଞ୍ଜରଭେଟର ଏବଂ ଡିଏଫଓଙ୍କ ଭାଗ ଟଙ୍କା ପଇଠ ପାଇଁ ବି ଧମକ ଦେଇଥିଲେ।

You might also like