ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଡଃ ଅବଦୁଲ୍‌ କଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮ଟା୩୦ରେ ହୋଇଥିବା ଏହି ପରୀକ୍ଷଣ ସଫଳ ହୋଇଛି।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୪ର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାର ଲମ୍ବ ୨୦ ମିଟର, ଓଜନ ୧୭ଟନ୍ ରହିଛି। ଏହି କ୍ଷେପଣାସ୍ତ୍ର ଏକ ଟନ୍‌ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ।

ଗତବର୍ଷ ଜାନୁଆରୀ ୨ ତାରିଖରେ ଏହାର ଶେଷ ପରୀକ୍ଷା କରାଯାଇଥିଲା। ୨୦୧୧ ନଭେମ୍ବର ୧୫ରେ ଏହାର ପ୍ରଥମ ପରୀକ୍ଷା କରାଯାଇଥିଲା।

You might also like