ସରିଲା ଐତିହାସିକ କଟକ ବାଲିଯାତ୍ରା

କଟକ: ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରାର ଶେଷ ଦିନ ରବିବାର ପଡ଼ିଥିବାରୁ ଯାତ୍ରା ପଡ଼ିଆରେ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା।

ଖାଦ୍ୟ ପେୟ, ଦୋଳି ଖେଳ ସାଙ୍ଗକୁ ଲୋକମାନେ ଯାତ୍ରା ପଡ଼ିଆରୁ ଘରକରଣା ସାମଗ୍ରୀ କିଣି ନେଇଥିଲେ। ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଥିବାରୁ ଏହାକୁ ଲୋକେ ହାତଛଡ଼ା କରିନଥିଲେ। ଶେଷ ଦିନରେ ବାଲିଯାତ୍ରାରେ ଭଲ ବ୍ୟବସାୟ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ, ବାଲିଯାତ୍ରାର ଶେଷ ଦିନ ଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଆକର୍ଶଣୀୟ ଅଫର ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲେ।

 

You might also like