ଯମ ଦୂତ ସାଜିଲେ ନିଜ ଲୋକ : ଗାଁ ଦାଣ୍ଡରୁ ଉଠାଇ ନେଲେ, ପୋଖରୀ କୂଳରେ…

କାହିଁକି ମାରିଦେଲେ ନାବାଳିକାକୁ?

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣାର ପର୍ଦ୍ଦାଫାସ । ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଯିବାରୁ ନାବାଳିକାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ୭ ବର୍ଷର ନାବାଳିକାକୁ ହତ୍ୟା କରିବା ପରେ ଅଭିଯୁକ୍ତ ସଂପର୍କୀୟ ମାମୁଁ ଓ ମାଇଁ ପୋଖରୀକୁ ଫୋପାଡ଼ି ଦେଇଥିଲେ ।

ତେବେ ଘଟଣାରେ ସଂପର୍କୀୟ ମାମୁ ଓ ମାଇଁଙ୍କୁ ଅଟକ ରଖିଛି ପୋଲିସ । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିଥିବା ବେଳେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସୁନ୍ଦରକୋଇଲି ଗାଁର ଜଣେ ୭ ବର୍ଷର ନାବାଳିକା ଶୁକ୍ରବାର ଠାରୁ ନିଖୋଜ ଥିଲେ । ଖୋଜାଖୋଜି କରି ନପାଇବାରୁ ଗତକାଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।

You might also like