ବିଚ୍ ରାସ୍ତାରେ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

ଜଳେଶ୍ୱର: ବିଚ୍ ରାସ୍ତାରେ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ। ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆଜି ସକାଳେ ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକ ନିକଟରେ ଥିବା ଏକ ଢାବାରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ମିଳିଥିଲା। ତାଙ୍କ ନାଁ ବିଜୟ ଦଳାଇ। ତାଙ୍କ ଘର ଉଲୁଡ଼ା ଗାଁରେ। ସେ ସେହି ଢାବାରେ କାମ କରୁଥିଲେ ବୋଲି ଜଣାପଡ଼ିଛି।

ଏହି ଘଟଣା ପ୍ରଚାର ହେବା ପରେ ମୃତ ବିଜୟଙ୍କ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକେ ଉତ୍ତ୍ୟକ୍ତ ହୋଇ ଢାବାରେ ଭଙ୍ଗାରୁଜା କରିଥିଲେ। ଖବର ପାଇ ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାବାଳକଙ୍କୁ ହତ୍ୟା କରାଯାଇଥିବା ଲୋକମାନେ ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରି ଉତ୍ତ୍ୟକ୍ତ ଲୋକେ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏବେ ବି ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଫୋର୍ସ ମୁତୟନ କରାଯାଇଛି।

You might also like