ବିଧାୟକ ମଦନମୋହନ ଦତ୍ତ ଆଉ ନାହାନ୍ତି

ବାଲେଶ୍ୱର: ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ଆଜି ପରଲୋକ ହୋଇଯାଇଛି। ଏ ନେଇ ମଦନମୋହନଙ୍କ ପରଲୋକ ନେଇ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର  ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଯକୃତ ଜନିତ ସମସ୍ୟାରେ ସେ ପୀଡିତ ଥିଲେ

ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବାଲେଶ୍ୱର ସଦରରୁ ଜିତିଥିଲେ।  ବିଜେପି ଟିକେଟ୍‌ରେ ଲଢି ଜିତିଥିଲେ। ଖୁବ୍‌ କମ୍‌ ଦିନ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇ ପାରିଥିଲେ। ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି।

You might also like