ଗୁଳି ମାରିଲେ,୩ ଲକ୍ଷ ୨୦ ହଜାର ଲୁଟି ନେଲେ
ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ଲୁଟ୍। ବାଲେଶ୍ୱର ସଦର ଥାନା ଖାନନଗରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ ହୋଇଛି। ବାଇକରେ ଟଙ୍କା ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟେରାମାନେ ଗୁଳିମାରିଥିଲେ। ବାଇକ ଚାଳକଙ୍କ ଗୋଡରେ ଗୁଳି ବାଜିବାରୁ ସେ ଗାଡିରୁ ଖସି ପଡିଥିଲେ। ଏହା ପରେ ଲୁଟେରାମାନେ ୩ଲକ୍ଷ ୨୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ତେବେ ଦିନ ବେଳେ ପୁଣି ରାସ୍ତା ଉପରେ ହୋଇଥିବା ଲୁଟକୁ ନେଇ ପ୍ରଶ୍ନ ଉଠୁଛି।
କାରଣ ରାତି କିମ୍ବା ସନ୍ଧ୍ୟା ସମୟରେ ନୁହେଁ ବରଂ ଦିନ ବେଳା ପୁଣି ବିଚ୍ ରାସ୍ତାରେ ଏପରି ଲୁଟକୁ ନେଇ ପୋଲିସ ଉପରେ ଉଠିଛି ପ୍ରଶ୍ନ। କହିବାକୁ କଲେ ସ୍ଥାନୀୟ ଲୋକେ କହିଛନ୍ତି ଯେ, ସହର ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡାବାରେ ଲାଗିଛି। ତେବେ ଘଟଣା ସମ୍ପର୍କରେ ପୋଲିସ କହିଛି ଯେ, ଖବର ପାଇବା ପରେ ଆମେ ଘଟଣା ସ୍ଥଳରେ ପହଂଚିଛି ଏହାସହ ଦୁର୍ବୃତ୍ତଙ୍କୁଧରିବା ଲାଗି ଆମେ ପୂରା ଉଦ୍ୟମ କରୁଥିବା ପୋଲିସ କହିଛି।
ସେପଟେ ଖଲ୍ଳିକୋଟ ଭେଜିପୁଟରୁ ବି ଲୁଟ୍ ହୋଇଛି। ସ୍ଥାନୀୟ ମୁକ୍ତେଶ୍ୱର ମନ୍ଦିର ପାଖରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛ॥ ଟଙ୍କା ଡିପୋଜିଟ୍ କରିବାକୁ କାର୍ରେ ଗଲାବେଳେ ୩ଜଣ ଲୁଟେରା ବାଇକରେ ଆସି ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମାରଣାସ୍ତ୍ର ଦେଖାଇ ଲୁଟେରା ଏହି ଲୁଟ୍ ତରାଜ କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛି।