ବିଭିନ୍ନ ମାଛ ଗୋଦାମରେ ରେଡ୍

ନମୂନା ଯାଞ୍ଚ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଚଢାଉ

ବାଲେଶ୍ୱର : ସମ୍ବଲପୁର ଓ ବଲାଙ୍ଗିର ପରେ ଅାଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମାଛ ଗୋଦାମରେ ରେଡ୍। ବଜାରରେ ଗଚ୍ଛିତ ଥିବା ମାଛରେ ବିଷାକ୍ତ ଫର୍ମାଲିନ୍ ମିଶାଯାଉଛି କି ନାହିଁ ତାର ନମୂନା ଯାଞ୍ଚ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଚଢାଉ  କରାଯାଇଥିଲା। ଚଢାଉ ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ୩ଟି ଟିମ୍ କରାଯାଇଥିଲା। ବିଷାକ୍ତ କେମିକାଲ୍‌ସ ମିଶିବା ଘଟଣା ପ୍ରଘଟ ହେବାପରେ ଏବେ ଉଭୟ ଗ୍ରାହକ ଓ ମାଛ ବ୍ୟବସାୟଙ୍କ ଉପରେ ଏହାର ପ୍ରଭାବ ପଡିଛି।

ବଜାରରେ ମାଛର ଚାହିଦା କମିଛି  ଓ ଗ୍ରାହକ ପୂର୍ବ ଅପେକ୍ଷା ଅାଉ ଅାନ୍ଧ୍ରା ରୋହି ମାଛ କିମ୍ବା ସମୁଦ୍ରରୁ ଧରାଯାଉଥିବା ଇଲିସି ଓ ପାମ୍ପଲେଟ୍ ମାଛ ଖାଇବାକୁ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି। ବଜାରରେ କଟା ମାଛ ଓ ଗୋଦାମରେ ଥିବା ଗୋଟା ରୋହି ମାଛର ନମୂନା ସଂଗ୍ରହ କରି ଏହାକୁ ଭୁବନେଶ୍ୱର ପଠାଯାଇଛି। ଗତକାଲି ବଳାରାମଗଡି ମାଛଧରା ବନ୍ଦରରେ ଥିବା ମାଛି ଗୋଦାମ ଉପରେ ଚଢାଉ କରାଯାଇଥିଲା।

You might also like