ଲାଞ୍ଚ ନେବା ଅଭିଯୋଗରେ ଏଏସ୍ଆଇ ଗିରଫ

ବାଲେଶ୍ୱର: ପୁଣି ଖାକିରେ ଦାଗ ଲାଗିଛି। ବେଲ୍ କରାଇବା ନାଁରେ ବାରମ୍ବାର ଲାଞ୍ଚ ନେଉଥିବା ଅଭିଯୋଗରେ ବାଲେଶ୍ୱର ଟାଉନ ଥାନା ଏଏସ୍ଆଇ ଗିରଫ ହୋଇଛନ୍ତି।

ତାଙ୍କ ନାଁ ନରହରି ମହାଲିକ। ଗତକାଲି ଥାନା ଆଗରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

ସୂଚନା ଅନୁସାରେ, ଜମିଜମା ବିବାଦକୁ ନେଇ ବାଲେଶ୍ୱର ସୁନହଟ ଅଞ୍ଚଳର ସେକ୍ ସକିଲ ଅହମ୍ମଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସକିଲଙ୍କୁ ବେଲ୍ କରାଇ ଦେବାକୁ କହି ଏଏସ୍ଆଇ ନରହରି ତାଙ୍କଠାରୁ ବାରମ୍ବାର ଟଙ୍କା ନେଉଥିଲେ।

ପ୍ରଥମେ ୧୫ହଜାର ଟଙ୍କା ନେବା ପରେ ପରିବାର ଲୋକେ ୭୦ହଜାର ଟଙ୍କାର ଏକ ଚେକ୍ ଦେଇଥିଲେ।  ଏନେଇ ପରିବାର ଲୋକେ ଭିଜିଲାନ୍ସକୁ ଖବର ଦେଇଥିଲେ। ସକାଳେ ଥାନା ବାବୁ ପୁଣି ଥରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

You might also like