• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପ୍ରଚାର ଦିନକୁ ଦିନ ଜମିବାରେ ଲାଗିଛି। ପ୍ରଥମେ ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସା, ପରେ ଖୋଲା ଜିପରେ ପ୍ରଚାର କରୁଥିବା ଦେଖିବାକୁ ମିଳିଲା। ତା ପରେ ପରେ ରଥ। ଶେଷରେ ହୋଣ୍ଡା ସିଟି ଗାଡିରେ ବୁଲି ପ୍ରଚାର କଲେ ବେଣୁ ମଉସା। ଏବେ ତାଙ୍କ ପ୍ରଚାର ପାଇଁ ଆଉ ଗାଡିର ଅଭାବ ନାହିଁ। ସକାଳୁ ସକାଳୁ ଘର ଆଗରେ ଲାଗି ଯାଉଛି ଦାମିକିଆ କାର୍। ମଉସାଙ୍କ କ୍ରେଜ୍ ବି ବଢିବାରେ ଲାଗିଛି। ଅଭିନେତା, ଅଭିନେତ୍ରୀ, ସ୍ୱେଚ୍ଛାସେବୀ ଓ କେତେ କେତେ ଶୁଭେଚ୍ଛୁ ତାଙ୍କ ପ୍ରଚାରରେ ନିଜ ଇଚ୍ଛାରେ ସାମିଲ୍ ହୋଇଛନ୍ତି।

ପ୍ରଥମେ ତାଙ୍କ ପାଇଁ ପ୍ରଚାର କରିବାକୁ ବାହାରି ଆସିଥିଲେ ଅଭିନେତ୍ରୀ ରାନୀ ପଣ୍ଡା । ବେଣୁ ମଉସାଙ୍କୁ ଗୋଟିଏ ସାଇକେଲ ଉପହାର ଦେଇଥିଲେ । ତାଙ୍କୁ ରିକ୍ସାରେ ବସାଇ ପ୍ରଚାର କଲେ । ପୁଣି ଗାଡି କରି ପ୍ରଚାର କଲେ । ଯାତ୍ରା ଅଭିନେତା ଦାମ ପଣ୍ଡା ବି ପ୍ରଚାରରେ ସାମିଲ ହେଲେ ।

ଆଲବମ ନାୟିକା ରାନୀ ପ୍ରିୟଦର୍ଶିନୀ ସାହୁ ଓ ସ୍ୱେଚ୍ଛାସେବୀ ପ୍ରତାପ ସାହୁ ମଧ୍ୟ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଛନ୍ତି । ଅନ୍ୟମାନେ ବି ଆଗେଇ ଆସିଛନ୍ତି । ତାଙ୍କ ପ୍ରଚାରରେ ଅର୍ଥ ଖର୍ଚ୍ଚ ବଢିଛି । ତାଙ୍କ ପ୍ରଚାର ବି ବ୍ୟୟ ବହୁଳ ହେବା ଭଳି ଜଣାପଡୁଛି । ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ  ତାଙ୍କ ପ୍ରଚାର ପାଇଁ ସତେ ଯେମିତି ପ୍ରତିଯୋଗିତା ଚାଲିଛି । ତାଙ୍କ ସମର୍ଥନ ଏମିତି ବଢିଛି ଯେ, ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ଶୁକ୍ରବାର ରାତିରେ ବେଣୁ ମଉସାଙ୍କ ଘରେ ରହିଥିଲେ । ନିର୍ବାଚନ ଫଳାଫଳ ଯାହା ହେଉ ନା କାହିଁକି ପ୍ରଚାରରେ ପଛରେ ପଡିନାହାନ୍ତି ବେଣୁ ମଉସା ।

କିଏ ଏହି ବେଣୁ ମଉସା ?  ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାଖଲ କରିଥିବା ମନୋନୟନ ପତ୍ରରେ ଉଲ୍ଲେଖ ଅଛି, ତାଙ୍କ ନାଆଁ-ବେଣୁଧର ବାରିକ । ପିତା- ସ୍ୱର୍ଗତ ମଣିଭଦ୍ର ବାରିକ । ସାକିନ – ଗୁଡିପଡା. ପୋଷ୍ଟ- ସହଦେବଖୁଣ୍ଟା, ଜିଲ୍ଲା – ବାଲେଶ୍ୱର ।  ବାଲେଶ୍ୱର ସଦର ବିଧାନସଭା  ନିର୍ବାଚନମଣ୍ଡଳୀର ନିର୍ବାଚକ ତାଲିକାର ଭାଗ ସଂଖ୍ୟା ୧୫୪ , କ୍ରମିକ ନମ୍ୱର ୨୯୬ରେ ଦରଜ ହୋଇଅଛି ।ବେଣୁଧର ବାରିକଙ୍କ ପାଇଁ ଏହି ମନୋନୟନ ପତ୍ରରେ ସଞ୍ଜିବ କୁମାର ବାରିକ, ରାଜେନ୍ଦ୍ର କୁମାର ସେଠୀ ଆଦି ୧୦ ଜଣ ପ୍ରସ୍ତାବକ ରହିଛନ୍ତି । ସେ ଲେଖିଛନ୍ତି – ମୋର ବୟସ ୮୦ ବର୍ଷ ସଂପୂର୍ଣ୍ଣ ହୋଇଅଛି । ସେ ଜଣେ ସ୍ୱାଧୀନ ପ୍ରାର୍ଥୀଭାବେ ମନୋନୟନ ପତ୍ର ଦାଖଲ କରିଥିବା ଦର୍ଶାଇଛନ୍ତି । ତାଙ୍କ ନାମରେ ପୂର୍ବରୁ କୌଣସି ମାମଲା ନାହିଁ କି ସେ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ସେ କୌଣସି ଲାଭଦାୟକ ପଦବୀ ଧାରଣ କରିନାହାନ୍ତି । କୌଣସି କୋର୍ଟରୁ ଦେବାଳିଆ ଘୋଷିତ ହୋଇନାହାନ୍ତି । ସରକାରଙ୍କ କୌଣସି ନିର୍ମାଣ କାମରେ ସାମଗ୍ରୀ ଯୋଗାଣ ପାଇଁ ଚୁକ୍ତିବଦ୍ଧତାରେ ନାହାନ୍ତି ।

ସେ ସତ୍ୟପାଠରେ ତାଙ୍କ ମୋବାଇଲ୍ ନମ୍ୱର ଦେଇଛନ୍ତି । ତାଙ୍କର ଇ-ମେଲ୍ ଠିକଣା ନାହିଁ କି ସୋସିଆଲ ମିଡିଆରେ ଆକାଉଣ୍ଟ ନାହିଁ । ତାଙ୍କର କିମ୍ୱା ତାଙ୍କ ପରିବାର ସଦସ୍ୟଙ୍କର ପ୍ୟାନ କାର୍ଡ ନାହିଁ କି ସେ କେବେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିନାହାନ୍ତି । ତାଙ୍କର ନଗଦ ଟଙ୍କା କିଛି ନାହିଁ । ବ୍ୟାଙ୍କ ଖାତାରେ ଜମା ନାହିଁ । ମ୍ୟୁଚୁଆଲ୍ ଫଣ୍ଡ କି ସଂଚୟ ଯୋଜନାରେ କିଛି ଜମା ନାହିଁ । ସେ କୌଣସି ଲୋକ ବା କଂପାନିକୁ ଋଣ ଦେଇନାହାନ୍ତି ।

ତାଙ୍କର କୌଣସି ଗାଡି ନାହିଁ । ତାଙ୍କର ସୁନା ଗହଣା ନାହିଁ । ଅସ୍ଥାବର ସଂପତ୍ତି କିଛି ନାହିଁ । ତାଙ୍କର ସ୍ଥାବର ସଂପତ୍ତି ବା ଜମିବାଡି କିଛି ନାହିଁ । କୋଠାବାଡି ନାହିଁ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି । ସେ କୌଣସି ବ୍ୟାଙ୍କରୁ କିଛି ଋଣ କରିନାହାନ୍ତି । ସେ ବୃତ୍ତିରେ ନାପିତ ଓ ନାପିତରୁ ଆୟରେ ଚଳନ୍ତି । ମୋଟାମୋଟି ଭାବେ ସେ କୌଳିକ ବୃତ୍ତିରେ ଚଳନ୍ତି ଓ ଏହା ଛଡା ତାଙ୍କର ଆଉ କିଛି ସମ୍ୱଳ ନାହିଁ ।

ତେବେ ନାହିଁ ନାହିଁର ମଣିଷ ଏହି ବେଣୁ ମଉସାଙ୍କ ପାଇଁ  କେତେବେଳେ  ହୋଣ୍ଡା ସିଟି ଗାଡି ବାହାରୁଛି ତ ପୁଣି କେତେବେଳେ ରଥ ବାହାରୁଛି  । ନିର୍ବାଚନ ମଇଦାନରେ ସେ ଯୋଦ୍ଧା ହୋଇ ଅବତୀର୍ଣ୍ଣ ହୋଇଛନ୍ତି । ଏହା ହିଁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ।

Balasore-by-polls-property-list-of-benudhar-barik
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories