ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଆଜି ରାଜ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ସୂଚନା କମିଶନ ସୁନୀଲ କୁମାର ମିଶ୍ର, ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ, ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଶ୍ରୀ ମହାପାତ୍ର ଗଞ୍ଜାମ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରୁଥିଲେ। ସେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ମଧ୍ୟ ଥିଲେ। ଶ୍ରୀ ମହାପାତ୍ରଙ୍କ ନୂତନ କାର୍ଯ୍ୟରେ ଯୋଗଦାନ ପରେ ରାଜ୍ୟ ସୂଚନା କମିଶନରେ ସଦସ୍ୟ ସଂଖ୍ୟା ଅଧ୍ୟକ୍ଷଙ୍କୁ ମିଶାଇ ୩ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like