ବିପଦ ସଙ୍କେତ ଉପରେ ବୈତରଣୀ

ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ

ଭଦ୍ରକ : ବିପଦ ସଂକେତ ଉପରେ ବୈତରଣୀ। ଭଦ୍ରକ ଅାଖୁଅାପଦାରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି। ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ରହିଛି ୧୮.୧୦ ମିଟର। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକ୍‌ରେ ୪ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି।

ଧାମନଗରରେ ଗୌରାଙ୍ଗପୁର ଓ ମଲିକାପୁର ଏସକେପ୍ ଦେଇ ଜଳ ନିଷ୍କାସନ କରାଯାଉଛି।

You might also like