ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ଏମିତି ରାୟ ଶୁଣାଇଲେ ହାଇକୋର୍ଟ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜାମିନ ପାଇଁ ପ୍ରଦୀପ ପାଣିଗ୍ରାହୀ ଯେଉଁ ଆବେଦନ କରିଥିଲେ, ହାଇକୋର୍ଟରେ ଆଜି ତାହାର ଶୁଣାଣି ହୋଇଥିଲା। ଏହି ସମୟରେ କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିଲମ୍ବିତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଜାଲିଆତିରେ ସମ୍ପୃକ୍ତି ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୩ ତାରିଖରେ ଗିରଫ କରାଯାଇଥିଲା। ଟାଟାରେ ଚାକିରିର ଲୋଭ ଦେଖାଇ ଲୋକଙ୍କଠାରୁ ଆକାଶ ପାଠକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ହେବା ପରେ ପ୍ରାୟ ମାସେ ହେଲାଣି ପ୍ରଦୀପ ପାଣିଗ୍ରାହୀ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ପାଣଗ୍ରାହୀଙ୍କ ଭାବୀ ସମୁଦି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।

ଆକାଶ ପାଠକ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଚାକିରି ଆଶାୟୀଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ନେଇଥିବା ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ୬ ଜଣ ଅଭିଯୋଗକାରୀଙ୍କ ଏତଲା ଭିତ୍ତିରେ ମାମଲା ହୋଇଛି। ସେମାନଙ୍କ ଭିତରୁ ୨ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତି। ଅନ୍ୟ ୪ ଜଣ ପ୍ରଦୀପ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଦେଇଥିବା ସ୍ପଷ୍ଟ ହୋଇଛି।

ଆହୁରି ପଡନ୍ତୁ :

ଆକାଶ ପାଠକ ଟାଟା କମ୍ପାନୀର କର୍ମଚାରୀ କି ? ସ୍ପଷ୍ଟୀକରଣ ରଖିଲା ଟାଟା

You might also like