ଭୁବନେଶ୍ୱର : ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଗୁଜବ ପ୍ରଚାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନଙ୍କ ସାକ୍ଷାତ୍କାର ନେଇଥିବା ଏନ୍ଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନଙ୍କ ସହ ଆଲୋଚନା ବେଳେ ବୈଜୟନ୍ତ, ନବୀନଙ୍କ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି।
ନବୀନ ଆଣିଥିବା ଅଭିଯୋଗ, ହାସ୍ୟାସ୍ପଦ ଓ ଦୁଃଖଦ ବୋଲି କହିଛନ୍ତି ବୈଜୟନ୍ତ। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାର କେବେ ବି କରିନାହାନ୍ତି ବୋଲି ସେ କହିଛନ୍ତି।
ସେହିପରି ସେ କେବେ କୌଣସି ପଦ ପାଇଁ ଲାଳାୟିତ ନଥିବା କହିବା ସହ ନବୀନଙ୍କ ନାଁ ନ ନେଇ ୪ ଥର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ନବୀନ କ୍ଷମତାକୁ ଜାବୁଡି ଧରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ। ତାଙ୍କ ପ୍ରତି ଚାଲିଥିବା ଏଭଳି ଷଡଯନ୍ତ୍ର ପଛରେ ଏକ କୋଟେରୀର ହାତ ଥିବା କହିଛନ୍ତି।
ଏଥିସହ ପାଣ୍ଡିଆନଙ୍କ ନାଁ ନେଇ ବୈଜୟନ୍ତ କହିଛନ୍ତି, ସେ ହିଁ ରାଜ୍ୟରେ ଛାୟା ଶାସନ ଚଳାଇଛନ୍ତି।