ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମକୁ ନୟାଗଡ଼ରେ ବିପୁଳ ସମର୍ଥନ

ନୟାଗଡ଼ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମକୁ ନୟାଗଡ଼ରେ ବିପୁଳ ସମର୍ଥନ ମିଳିଛି। ବୈଜୟନ୍ତ ନୟାଗଡ଼ରେ ପହଞ୍ଚିବା ପରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଶୋଭାଯାତ୍ରାରେ ନଗର ପରିକ୍ରମା କରାଇଥିଲେ।

ଏହାପରେ ବସ୍‌ଷ୍ଟାଣ୍ଡରେ ଚାହା ପିଇବା କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ବୈଜୟନ୍ତ କହିଛନ୍ତି ଯେ, ରାଜ୍ୟରେ ନାରୀ ସୁରକ୍ଷିତ ନାହାନ୍ତି ; ତା ସାଙ୍ଗକୁ ଦିନକୁ ଦିନ ବେକାରି ସମସ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ ବୋଲି ବୈଜୟନ୍ତ କହିଛନ୍ତି।

ଏଣୁ ଯିଏ ଦୁର୍ନୀତି ବିରୋଧରେ ଲଢ଼ିବେ, ତାଙ୍କୁ ସେ ସମର୍ଥନ କରିବେ ବୋଲି ବୈଜୟନ୍ତ କହିଛନ୍ତି।

You might also like