କୁଏତରେ ନିଖୋଜ ଓଡିଆ ଯୁବକଙ୍କ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର : କୁଏତରେ ନିଖୋଜ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଏଥିପାଇଁ କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି।

କଟକ ନିଆଳି କପାସି ପଂଚାୟତର ପୋଦନା ଗାଁର ପପିନା ଲେଙ୍କା ନାମକ ଜଣେ ଯୁବକ ଗତ ଡିସେମ୍ବର ୧୧ରେ କାମ କରିବାକୁ କୁଏତ ଯାଇଥିଲେ।ଏକ ଘରୋଇ କମ୍ପାନୀରେ ସେ ପାଇପ୍‌ ଫିଟର ଭାବେ କାମ କରୁଥିଲେ। ତାଙ୍କ ପରିବାରକୁ ନିୟମିତ ଭାବେ ଫୋନ୍‌ କରୁଥିଲେ ମଧ୍ୟ ଗତ ୧୧ ତାରିଖରୁ ଆଉ ଖୋଜ ଖବର ମିଳୁନାହିଁ।

ପରିବାର ଲୋକେ ସେଠାରେ ଥିବା ପପିନାଙ୍କ ଅନ୍ୟ ସାଙ୍ଗଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ୧୧ ତାରିଖରୁ ପପିନା କମ୍ପାନୀ କିମ୍ବା ରୁମ୍‌କୁ ଆସିନଥିବା ସେମାନେ କହିଥିଲେ।

ଏହା ଜଣାଇବା ପରେ ପୁଅକୁ ଫେରାଇ ଆଣିବାକୁ ପରିବାର ଲୋକେ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ।

 

 

You might also like