ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅାଳି ଗସ୍ତ

ଅଶୋକଙ୍କ ଉଦ୍ଧାର ଲାଗି ଚିଠି ଲେଖିଥିଲେ ବୈଜୟନ୍ତ

କେନ୍ଦ୍ରାପଡ଼ା : ଗତ ୩ ମାସ ଧରି ମାଲେସିଅା ଜେଲରେ ବନ୍ଦୀ ରହିବା ପରେ ଘରକୁ ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅାଳି ବଡ଼ଅାଙ୍କୋ ଗାଁର ଅଶୋକ ମଳିକ। ଫେରିବା ପରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଅାଳି ଗସ୍ତ କରିଛନ୍ତି ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବଡ଼ଅାଙ୍କୋ ଗ୍ରାମ ପହଞ୍ଚିବା ପରେ ବୈଜୟନ୍ତଙ୍କୁ ଶୋଭାଯାତ୍ରାରେ ନେବା ସହ ସମ୍ବର୍ଦ୍ଧିତ କରିଥିଲେ ଗ୍ରାମବାସୀ।

ପରେ ବୈଜୟନ୍ତ ପଣ୍ଡା ଅଶୋକଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ତାଙ୍କ ପରିବାର ଲୋକଙ୍କ ସହ ଅାଲୋଚନା କରିଥିଲେ। ଅଶୋକ କିଭଳି ସେଠାରେ ଥିଲେ ଏବଂ କିଭଳି ତାଙ୍କର ଅବସ୍ଥା ଉପୁଜିଥିଲା ସେ ନେଇ ପଚାରି ବୁଝିଥିଲେ।

ସେପଟେ ନିଜ ପୁଅ ସୁରକ୍ଷିତ ଘରକୁ ଫେରିଥିବାରୁ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ବାପା କୈଳାସ ମଳିକ। ପୁଅକୁ ଫେରାଇବା ଲାଗି ଶ୍ରୀ ପଣ୍ଡା ମାଲେସିଅାରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିବା ପରେ ତାଙ୍କୁ ମୁକୁଳା ଯାଇଥିଲା।

You might also like