ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାକୁ ଦୃଢ଼ ନିନ୍ଦାକଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏହି ଘଟଣାରେ ଗଭୀର ମର୍ମାହତ ହେବା ସହ ଏହାକୁ ଦୃଢ ଭାବରେ ସେ ନିନ୍ଦା କରିଛନ୍ତି। ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି ଯେ, ସେ ଦୀର୍ଘ ଦିନ ହେଲା ଓଡ଼ିଶାରେ ବଢୁଥିବା ଏହି ହିଂସାକାଣ୍ଡ, ଗୁଣ୍ଡାଗର୍ଦ୍ଦି ବିରୋଧରେ ସ୍ୱର ଉଠାଇ ଆସୁଛନ୍ତି ଓ ଯେଉଁଥିପାଇଁ ଜନତା ଚାହୁଁଛନ୍ତି ପରିବର୍ତ୍ତନ। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

ଘଟଣାକୁ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ ମଧ୍ୟ ନିନ୍ଦା କରିଛନ୍ତି। ଏହି ହତ୍ୟା ପଛରେ ବିଜେଡିର ବଡ଼ ନେତାଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମ ପ୍ରାର୍ଥୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କହିଛନ୍ତି ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ।

You might also like