ସାମ୍ବାଦିକଙ୍କ ଉପରେ ଅାକ୍ରମଣ ଘଟଣାକୁ ନିନ୍ଦା କଲେ ବୈଜୟନ୍ତ

ଭୁବନେଶ୍ୱର : ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଅାକ୍ରମଣକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପୁରୀରେ ସାମ୍ବାଦିକଙ୍କ ଉପରେ ପୁଲିସର ଅାକ୍ରମଣ ଓ ସୋରରେ ବିଧାୟକଙ୍କ ଅାକ୍ରମଣ ଘଟଣା ବିବ୍ରତ କଲାଭଳି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱରକୁ ଚପାଇବା ପାଇଁ ହେଉଥିବା କୌଣସି ଉଦ୍ୟମକୁ ଅନୁମତି ଦିଅାଯିବା କଥା ନୁହେଁ।

କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବୈଜୟନ୍ତ। ଏ ନେଇ ବୈଜୟନ୍ତଙ୍କ ଅଫିସ୍ ପକ୍ଷରୁ ଟୁଇଟ୍ କରାଯାଇଛି।

You might also like