କେନ୍ଦ୍ରାପଡ଼ା ଗୁଳିକାଣ୍ଡରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବୈଜୟନ୍ତ

କଟକ :  କେନ୍ଦ୍ରାପଡ଼ା ଗୁଳିକାଣ୍ଡରେ ଆହତଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କଟକ ଏସ୍‌ସିବି ମେଡିକାଲ୍‌କୁ ଯାଇ ସେ ଆହତ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଦିନକୁ ଦିନ ଅପରାଧ ବଢ଼ିଚାଲିଛି, ଯାହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି ବୈଜୟନ୍ତ ପଣ୍ଡା।

ବିବେକାନନ୍ଦ ବିଜେପି ସଂଗଠନ ସହ ଜଡ଼ିତ ଥିଲେ। ସେପଟେ ପାଟକୁରା ନିର୍ବାଚନ ପୂର୍ବରୁ ଏପରି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଥିରେ ସଂପୃକ୍ତଙ୍କ ଅପରାଧୀଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

ଗତ ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ତିନି ମୁହାଣି ଛକରେ ବିବେକାନନ୍ଦ ମହାରଣାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।

You might also like