ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍‌ଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ରହି ବୈଜୟନ୍ତଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ। ଏହାପରେ ବୈଜୟନ୍ତ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଭେଟିଥିଲେ।

ବିଜେପିରେ ଯୋଗଦାନ ଅବସରରେ ବୈଜୟନ୍ତ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି। ଓଡ଼ିଶାରେ ପରିବର୍ତ୍ତନ ସହ ଦେଶକୁ ଆଗକୁ ନେବାକୁ ଏଭଳି ନେତୃତ୍ୱ ଦରକାର। ତାସହ ବିଜେଡି ସରକାର ଉପରେ ବର୍ଷିଥିଲେ ବୈଜୟନ୍ତ। ଓଡ଼ିଶାରେ ଶାସନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଖାସ୍ କରି ମହିଳା ଓ ଶିଶୁମାନଙ୍କ ପ୍ରତି ନିର୍ଯାତନା ଓ ଅପରାଧ ଦ୍ରୁତ ଗତିରେ ବଢ଼ିଛି।

ସେହିପରି ଦୁର୍ନୀତି ମଧ୍ୟ ଅତିଶୟ ବୃଦ୍ଧି ପାଇଥିବା ବୈଜୟନ୍ତ କହିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ବିଜେପି ସହ ଆଜି ଏକ ନୂଆ ବଳ ଯୋଡ଼ି ହୋଇଛି। ବୈଜୟନ୍ତଙ୍କ ଯୋଗଦାନ ଦ୍ୱାରା ବିଜେପି ଲାଭବାନ ହେବ।

ଏହାସହ ମଧ୍ୟ ପଢ଼ନ୍ତୁ : ଓଡ଼ିଶାର ନେତୃତ୍ୱ ପରିବର୍ତ୍ତନ ଜରୁରୀ, ବିଜେପି ହିଁ ଏହା କରିପାରିବ : ବୈଜୟନ୍ତ

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like