ଦରିଆ ରାମଚଣ୍ଡୀଙ୍କ ପୀଠରେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଦରିଆ ରାମଚଣ୍ଡୀ ପୀଠର ଝାମୁଯାତ୍ରାରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ଶତାଧିକ କର୍ମୀଙ୍କ ସହିତ ଯାଇ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି।

ଏହା ସହିତ ସେ ରାମନଗର ଅଞ୍ଚଳ ବୁଲି ଦେଖିଛନ୍ତି। ଲୋକଙ୍କ ସହିତ ମିଶି ଚା ପିଇବା ସହିତ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ବୈଜୟନ୍ତ। ଏହି ଅବସରରେ ତାଙ୍କ ସହିତ ମହାକାଳପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ବି ଥିଲେ।

You might also like