ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ
ନୂଆଦିଲ୍ଲୀ: କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ ପରେ ସେ ସଂସଦରୁ ବିଦାୟ ନେଉଥିବା ଟ୍ୱିଟ୍ ଜରିଆରେ ଜଣାଇଛନ୍ତି। ନିଜର ପୂର୍ବ ଦଳରୁ ଏବେ ଆଉ ପ୍ରତିନିଧିତ୍ୱ କରିପାରବେ ନାହିଁ ବୋଲି ସେ ବାଚସ୍ପତିଙ୍କୁ ଜଣାଇଥିଲେ। ବାସ୍ତବିକ ଆଦର୍ଶଠାରୁ ତାଙ୍କର ପୂର୍ବତନ ଦଳ ଏବେ ବହୁ ଦୂରକୁ ଚାଲିଯାଇଛି ବୋଲି ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରିଛନ୍ତି।
As Parliament’s monsoon session begins, i say adieu, after 18 yrs, 3 months, 2 wks & 1 day
Met Hon’ Speaker y’day & said i cannot represent my former party anymore, it has strayed too far from its original principles
& so, requested her to accept my resignation from Lok Sabha?
— Baijayant Jay Panda (@PandaJay) July 18, 2018