ଭୁବନେଶ୍ୱର: ହେଲିକପ୍ଟର୍ ସିଜ୍ ଘଟଣାରେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଲେଖିଛନ୍ତି, ଶନିବାର ସେ କେନ୍ଦ୍ରାପଡ଼ାର ନରଡ଼ା ଗ୍ରାମରେ ଜଣେ ଶୋକସନ୍ତପ୍ତ ମାତାପିତାଙ୍କ ଦୁଃଖରେ ସହଭାଗୀ ହେବା ପାଇଁ ହେଲିକପ୍ଟର୍ ଉଡ଼ାଇଥିଲେ। ଏବଂ ଯେଉଁ ସମୟରେ ଚିଲିକା ହ୍ରଦରେ ଅବତରଣ କରାଯାଇଥିବା FIRରେ ଅଭିଯୋଗ କରାଯାଇଛି, ସେହି ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି। ଏହାର ଏଟିସି ରେକର୍ଡ ଯାଞ୍ଚ୍ କରାଯାଉ ବୋଲି ବୈଜୟନ୍ତ ଦାବି କରିଛନ୍ତି।
THIS is whr i flew a helicopter on Sat to reach ppl in distress. & landed back at Bhubaneswar airport at the exact time the FIR alleges it "landed" in Chilika lake (chk ATC records)@odisha_police, yr illegal "seizure" of helicopter may slow me, but cant stop me from reaching ppl https://t.co/R4BzhcPweP
— Baijayant Jay Panda (@PandaJay) 18 September 2018