ଢେଙ୍କାନାଳରେ ପ୍ରସ୍ତାବିତ ମଦ କାରଖାନା ବାତିଲ ନେଇ ପ୍ରଶ୍ନ କଲେ ବୈଜୟନ୍ତ
ଭୁବନେଶ୍ୱର: ପ୍ରସ୍ତାବିତ ମଦ କାରଖାନା ବାତିଲ୍ ନିଷ୍ପତ୍ତି ନେଇ ପ୍ରଶ୍ନ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟୁଇଟ୍ କରି ବୈଜୟନ୍ତ କହିଛନ୍ତି, ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ବାତିଲ୍ ନିର୍ଦ୍ଦେଶ ହୋଇଛି।
ଜୁଲାଇରେ ସରକାର ଏହାକୁ ଅନୁମୋଦନ ଦେଇ ଶିଳାନ୍ୟାସ କରିଥିଲେ। ଏବେ ବାତିଲ୍ କରିବା ତଥା ମଦ କାରଖାନାକୁ ବଟଲିଂ ପ୍ଲାଣ୍ଟ୍ କୁହାଯିବା ନେଇ ପ୍ରଶ୍ନ ଉଠିଛି।
ଏହି ନିଷ୍ପତ୍ତିଗୁଡ଼ିକ କିଏ ନେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ଏହାକୁ ଅନୁମୋଦନ କରାଯାଇଥିଲେ ବି ଏବେ ଗଛକଟା ବନ୍ଦ ନାଟକ ହେଉଛି ବୋଲି ବୈଜୟନ୍ତ କହିଛନ୍ତି।
ଯେତେବେଳ ଗଛ କାଟିବାର ଅଛି ସିଏଏମ୍ପିଏ ନିୟମକୁ ପାଳନ କରାଯିବା ଉଚିତ ନା କେବଳ ଜଙ୍ଗଲ ଜମିକୁ ଅଦରକାରୀ ଜମି ଘୋଷଣା କରିବା ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ।
ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଜୁଲାଇରେ ସରକାର ଏହାକୁ ଅନୁମୋଦନଦେଇ ଶିଳାନ୍ୟାସ ପରେ ଏବେ ବାତିଲ କରିବା ତଥା ମଦ କାରଖାନାକୁ ‘ବଟଲିଂ ପ୍ଲାଣ୍ଟ’ କୁହାଯିବାନେଇ ସୋସିଆଲମିଡିଆରେ ପ୍ରଶ୍ନ ଉଠିଛି। @PandaJay ମଧ୍ୟ ଏନେଇ ପ୍ରଶ୍ନ ଓ ନିଜ ବିଚାର ପ୍ରକଟକରିଛନ୍ତି। ସେ କହିଛନ୍ତି? #Odisha pic.twitter.com/49ykaxRnBo
— Baijayant Panda Odia (@Panda_Odia) 20 November 2018