ଅଭିଜିତ୍‌ଙ୍କ ପୁରୁଣା ଟ୍ୱିଟ୍‌କୁ ନେଇ ବଢ଼ୁଛି ବିବାଦ: ବୈଜୟନ୍ତ ପ୍ରତିକ୍ରିୟା

ଭୁବନେଶ୍ୱର: ଟୁଇଟର୍‌ରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ୨୦୧୭ ମସିହାରେ ଅଭିଜିତ୍ ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ଶାସକ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

ତେବେ ଅଭିଜିତ୍‌ଙ୍କର ବିବାଦୀୟ ମନ୍ତବ୍ୟ ଉପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଅଭିଜିତ୍‌ଙ୍କ ମନ୍ତବ୍ୟ ଅପରିପକ୍ୱ। ବୋଧହୁଏ ସେ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥିଲେ।  ଅବଶ୍ୟ କିଛି ଲୋକ ଏହାର ଭୁଲ୍ ବ୍ୟାଖ୍ୟା କରିଛନ୍ତି। କିନ୍ତୁ, ଧର୍ମ ଓ ସଂସ୍କୃତି, ଯାହାକୁ ସମ୍ବେଦନଶୀଳ କହୁ ସେସବୁ କ୍ଷେତ୍ରରେ ବ୍ୟଙ୍ଗ କରିବା ଆଦୌ ଠିକ୍ ନୁହେଁ ବୋଲି ବୈଜୟନ୍ତ କହିଛନ୍ତି। ଏହା ସହିତ ବୈଜୟନ୍ତ ଟ୍ୱିଟର୍‌ରେ ଲେଖିଛନ୍ତି, ଏହା କହିବା ଅନାବଶ୍ୟକ ଯେ ମୁଁ ଆମ ଐତିହ୍ୟକୁ ନେଇ ଗର୍ବିତ।

You might also like