ବୈଜୟନ୍ତ କହିଲେ, ‘ଦାମ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଭଳି ଲାଗୁଛି’

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭେଟିଛନ୍ତି। ଦାମୋଦର ରାଉତ ବିଜେଡିରୁ ବହିଷ୍କାର ପରେ ବୈଜୟନ୍ତ ପଣ୍ଡାଙ୍କ ଏହା ହେଉଛି ପ୍ରଥମ ସାକ୍ଷାତ।

ଦାମୋଦର ରାଉତଙ୍କୁ ଭେଟିବା ପରେ ବୈଜୟନ୍ତ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଏହା ବହୁତ ଦୁଃଖର କଥା ଯେ, ବିଜୁ ବାବୁଙ୍କର ଯେଉଁମାନେ ଦୃଢ଼ ସମର୍ଥକ ବହୁ ଦଶନ୍ଧି ହେଲା ତାଙ୍କ ସାଙ୍ଗରେ ନିଜେ ସହଯୋଗ କରି କାମ କରିଛନ୍ତି, ତାଙ୍କୁ ଗୋଟେ ପରେ ଗୋଟେ ସମସ୍ତଙ୍କୁ ବାହାର କରି ଦିଆଯାଇଛି। ଏବେ ଯାହା ଦାମ ବାବୁଙ୍କ ଉପରେ ଆକ୍ସନ ନିଆଯାଇଛି, ଏଇଟା ଅନ୍ୟାୟ ଭଳି ଲାଗୁଛି। ଯେଉଁ ଦଳ ବିଜୁ ଜନତା ଦଳ ସହିତ ଆମେ ସମସ୍ତେ ମୂଳରୁ ସଂପୃକ୍ତ ଥିଲୁ ଏବଂ ବହୁ ବର୍ଷ ପାଇଁ ଗର୍ବ ଅନୁଭବ କରୁଥିଲୁ, ସେହି ଦଳରେ ଯେତେବେଳେ ଏଭଳି ଗମ୍ଭୀର ଅଭିଯୋଗ ଆସୁଥିଲା ଭ୍ରଷ୍ଟାଚାର ବିଷୟରେ ତତ୍‌କ୍ଷଣାତ ତା’ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଯାଞ୍ଚ ହେଉଥିଲା। ଏବେ ଯିଏ ଓଲଟା ଅଭିଯୋଗ କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯାଞ୍ଚ କିଛି ହେଉନି କିମ୍ବା ଆକ୍ସନ କିଛି ନିଆଯାଉ ନାହିଁ। ଏଇଟା ଭାରି ଦୁଃଖର କଥା। ଏଇଟା ସେହି ବିଜୁ ଜନତା ଦଳ ଆଉ ନାହିଁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା’।

ଏପଟେ ବୈଜୟନ୍ତ ପଣ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରେ ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି।

You might also like