• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଓଟିଭି ଲୋଗୋ ଥିବା ନକଲି  ଭିଡିଓ ଭାଇରାଲ୍ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଟ୍ୱିଟ୍‌ କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଏହା କେବଳ ନକଲି ଖବର ନୁହେଁ, ପାଟକୁରା ନିର୍ବାଚନ ପୂର୍ବରୁ ମତଦାତାଙ୍କ ଉପରେ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ଏକ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ।

ବିଜୟ ମହାପାତ୍ରଙ୍କୁ ପୂର୍ଣ୍ଣ ସମର୍ଥନ ସହ ତାଙ୍କ ପାଇଁ କ୍ୟାମ୍ପେନିଂ କରିଥିବା ନେଇ ରାଜ୍ୟ ରାଜନୀତିରେ ଧାରଣା ଥିବା ସମସ୍ତେ ଜାଣନ୍ତି। ଏଥିସହ ଓଡ଼ିଶା ବିଧାନସଭା ବିଜୟଙ୍କୁ ଚାହେଁ ବୋଲି ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ସୂଚନାଥାଉ କି, ପାଟକୁରା ନିର୍ବାଚନରେ ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ଉଦ୍ୟମ ସାଙ୍ଗକୁ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସୋଶାଲ୍‌ ମିଡିଆରେ ଏକ ନକଲି ଭିଡିଓ ଭାଇରାଲ ହୋଇଛି।  ଓଟିଭି ଲୋଗୋ ଥିବା ଏହି ଫେକ୍ ଭିଡିଓ ନ୍ୟୁଜ୍‌ କ୍ଲିଂପିଙ୍ଗ୍ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏଥିରେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ନେଇ ଭୁଲ୍‌ ଓ ସମ୍ପୂର୍ଣ୍ଣ ଭ୍ରମାତ୍ମକ ସୂଚନା ଦିଆଯାଇଛି। ଏପରିକି ବିଜେପି ତାର ଦଳୀୟ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରି ସାରିଥିବା ଫେକ୍ ନ୍ୟୁଜ୍‌ କ୍ଲିପିଂରେ ଉଲ୍ଲେଖ ରହିଛି।

ତେବେ ଓଟିଭି ନାଁରେ ଏଭଳି ବିଭ୍ରାନ୍ତିକର ଓ ଉଦ୍ଦେଶ୍ୟମୂଳକ ଭିଡିଓ କିଏ ଓ କାହିଁକି ସୋଶାଲ୍‌ ମିଡିଆରେ ଅପଲୋଡ୍ କରିଛି ତାହା ଜଣାପଡ଼ିନାହିଁ। ଆଇନ୍‌ ଅନୁସାରେ ଏଭଳି କାର୍ଯ୍ୟ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଓଟିଭିର ଛବି ମଳିନ କରିବା ସହ ସୋଶାଲ୍‌ ମିଡିଆରେ ଏଭଳି ହୀନ ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଓଟିଭି କଠୋର ଦଣ୍ଡବିଧାନ ପାଇଁ ଆଇନର ଆଶ୍ରୟ ନେବ। ଏଭଳି ଗୁଜବ ଉପରେ ବିଶ୍ୱାସ କରିବା ପୂର୍ବରୁ ଦର୍ଶକମାନେ ଓଟିଭି ଚ୍ୟାନେଲ୍‌, ଏହାର ୱେବସାଇଟ୍  କିମ୍ବା ଓଟିଭି ମୋବାଇଲ ଆପ୍‌ରୁ ଖବରର ସତ୍ୟାସତ୍ୟ ଯାଞ୍ଚ କରିନେବା ଉଚିତ।

Baijayant-panda-demands-action-against-fake-video-with-otv-logo
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories