ଭୁବନେଶ୍ୱରକୁ ଫେରିବେ ବାହାରିନ୍ରେ ଫସିଥିବା ଓଡ଼ିଆ
ଭୁବନେଶ୍ୱର: ଭୁବନେଶ୍ୱରକୁ ଫେରିବେ ବାହାରିନ୍ରେ ଫସିଥିବା ଓଡ଼ିଆ। ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ AI0940 ବିମାନ ପହଞ୍ଚିବ।
ବାହାରିନ୍ରୁ ବାହାରିବା ପରେ ଏହା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ନେଇ ବନ୍ଦୋବସ୍ତ କରାଯାଇଛି। ସେହିପରି ଭାବେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବି ଏହି ସ୍ୱତନ୍ତ୍ର ବିମାନ ପହଞ୍ଚିବା ନେଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ବନ୍ଦେ ଭାରତ ମିଶନ୍ ଜରିଆରେ ବାହାରିନ୍ରୁ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ଲୋକଙ୍କୁ ଫେରାଇ ଅଣାଯାଉଛି।